Wednesday, March 24, 2021

24/3/2021 ର ତାଜା ଖବର

 ଖବର ଆଜିର

ତାରିଖ ୨୪-୦୩-୨୦୨୧/ ବୁଧବାର


24/03/2021 ତାଜା ଖବର 


୧-କରୋନା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ମନ୍ତବ୍ୟ । ଓଡ଼ିଶାରେ ଆବଶ୍ୟକ ହେଲେ ଲାଗୁ ହେବ ନାଇଟ କର୍ଫ୍ୟୁ ।


୨-ବ୍ୟାଟସମ୍ୟାନଙ୍କ ପରେ ଦମ୍ ଦେଖାଇଲେ ବୋଲର, ଇଂଲଣ୍ଡକୁ ୬୬ ରନରେ ହରାଇଲା ଭାରତ, ନିଷ୍ଫଳ ହେଲା ବେୟାରଷ୍ଟୋ-ରୟଙ୍କ ଓପନିଂ ଭାଗିଦାରୀ ।


୩-କରୋନା ଡରରୁ ଫେରିଲା କଟକଣା: ବାହାଘରରେ ୨୦୦ ଓ ଶୁଦ୍ଧି କ୍ରିୟା ପାଇଁ ୫୦ଜଣଙ୍କୁ ଅନୁମତି, ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ,


୪-ମାଲକାନଗିରି ସୀମାରେ ମାଓବାଦୀ ରଚିଲେ ବର୍ବର କାଣ୍ଡ । ଆଇଡି ବିସ୍ଫୋରଣରେ ୩ ଯବାନ ସହିଦ, ୧୫ରୁ ଅଧିକ ଯବାନ ଆହତ ।


୫-ସଂକ୍ରମଣ ବୃଦ୍ଧିକୁ ନେଇ ଗୃହ ମନ୍ତ୍ରାଳୟର ନୂଆ ଗାଇଡ୍‌ଲାଇନ୍ସ, ରାଜ୍ୟଙ୍କୁ ଟେଷ୍ଟ-ଟ୍ରାକ୍‌-ଟ୍ରିଟ୍‌ ପଲିସି ଲାଗୁ ପାଇଁ ନିର୍ଦ୍ଦେଶ .


୬-ଓଡ଼ିଶା ନେଲା ଐତିହାସିକ ନିଷ୍ପତ୍ତି: ସରକାରୀ ସ୍କୁଲ ପିଲା ଆଗୁଆ ହେବେ, ମେଡିକାଲ, ଇଞ୍ଜିନିୟରିଂ ପଢ଼ିଲେ ୧୫% ସଂରକ୍ଷଣ ସୁବିଧା ।


୭-ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାକରଣ ।


୮-ପଞ୍ଜାବରେ କରୋନା ସଂକ୍ରମିତଙ୍କ ମଧ୍ୟରେ ୮୧ ପ୍ରତିଶତ ୟୁକେ ଷ୍ଟ୍ରେନର ଶିକାର, ଯୁବକଙ୍କୁ ଟିକା ଦେବାକୁ କେନ୍ଦ୍ରର ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ


୯-ସୁପ୍ରିମକୋର୍ଟ କହିଲେ ଲୋନ୍‌ ମୋରାଟୋରିୟମ ଅବଧିରେ ସୁଧ ଛାଡ ସମ୍ଭବ ନୁହେଁ ।


୧୦-ପିପିଲି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ଜୋରଦାର ହେଲା ପ୍ରାର୍ଥୀ ଖୋଜା । ବିଜେଡିର ପ୍ରାର୍ଥୀ ଘୋଷଣା ଉପରେ ନଜର, ଦୁଇ ତିନି ଦିନ ଭିତରେ ବିଜେପି ଓ କଂଗ୍ରେସ ଘୋଷଣା କରିପାରନ୍ତି ପ୍ରାର୍ଥୀଙ୍କ ନାଁ ।


୧୧-ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବିମାନ ସେବା ।


୧୨-ଟିଟିପିଏସ୍‌ରୁ ବିଦ୍ୟୁତ ଉତ୍ପାଦନ ବନ୍ଦ, ୩୧ରୁ ସମ୍ପୂର୍ଣ୍ଣ ବନ୍ଦ ହେବ ପ୍ଲାଣ୍ଟ ।


୧୩-ପଶ୍ଚିମବଙ୍ଗରେ ବଡ ଧରଣର ଓଲଟ ପାଲଟ କରିପାରେ ବିଜେପି, ପ୍ରଥମ ଥର ବହୁମତଠୁ ତଳକୁ ଖସିଲା ଟିଏମସି: ସିଏନଏନ-ଏବିପି ନ୍ୟୁଜ୍ ସର୍ଭେ ।


୧୪-ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ଦେହ ବ୍ୟବସାୟ ପାଇଁ ବାଧ୍ୟ କରାଯାଉଥିବା ଅଭିଯୋଗ, ଭୁବନେଶ୍ୱରରେ ଘରେ ବନ୍ଦ କରି ଦିଆଯାଉଥିଲା ନିର୍ଯାତନା ।


୧୫-ନିର୍ବାଚନ ପାଇଁ ପଡୁଛି ଉଠୁଛି ପଶ୍ଚିମବଙ୍ଗ । ତାରିଖ ପାଖଉଛି, ଉଷ୍ମତା ବଢୁଛି । ସବୁଠି ଚାଲିଛି ରାଜନୈତିକ ସୋ’…




Wednesday, January 6, 2021

ଆଜିର ଖବର ୦୭-୦୧-୨୦୨୧ ଗୁରୁବାର


ତାରିଖ ୦୭-୦୧-୨୦୨୧ ଗୁରୁବାର


୧-ଖୁବଶୀଘ୍ର ରାଜ୍ୟରେ ପହଞ୍ଚିବ ଟିକା, ଯୋଗାଣକାରୀ ସଂସ୍ଥାରୁ ସିଧାସଳଖ ଆସିବ ।


୨-ରାଉରକେଲା ଷ୍ଟିଲ ପ୍ଲାଂଟରେ ଗ୍ୟାସ ଲିକ, ୪ ମୃତ, ଦୁଇ ଡିଜିଏମ ନିଲମ୍ବିତ ।


୩-ଆରଏସ୍‌ପି ଗ୍ୟାସ ଲିକ୍: ମୃତ ଶ୍ରମିକଙ୍କ ପରିବାରର ଜଣକୁ ନିଯୁକ୍ତି ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପରେ ଉଠିଲା ଶବ ।


୩-ଆଗାମୀ ୨ ମାସ ଆମେ ଅଧିକ ସତର୍କ ରହିବା: ମୁଖ୍ୟମନ୍ତ୍ରୀ ।


୪-ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ ବୁଧବାର ଓଡ଼ିଶା ଗସ୍ତରେ ଆସିଛନ୍ତି।


୫-୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଆଉ ଏକ ବର୍ବର ଘଟଣା ପଶ୍ଚିମ ଉତ୍ତରପ୍ରଦେଶର ବଦାୟୁଁ ଜିଲ୍ଲାରେ ଘଟିଛି। ଜଣେ ୫୦ ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ନୃଶଂସ ଭାବେ ହତ୍ୟା କରାଯାଇଛି।


୬-କଟକ ପାଲଟିଛି ନକଲି ସମାଗ୍ରୀର ପେଣ୍ଠସ୍ଥଳୀ।ଧରାପଡ଼ିଲା ନକଲି ଚା’ କାରଖାନା : ମାଲିକ ଅଟକ; ୪୫ କ୍ବିଣ୍ଟାଲ ଅପମିଶ୍ରିତ ଚା ଗୁଣ୍ଡ ଜବତ ।


୭-ଆମେରିକାରେ ବ୍ୟାନ୍‌ ହେଲା ୨୦୦ରୁ ଅଧିକ ଚୀନ ଆପ୍‌ , ଟ୍ରମ୍ପ କହିଲେ- ନିଷ୍ପତ୍ତି ପଛର କାରଣ ଭାରତର କାର୍ଯ୍ୟାନୁଷ୍ଠାନ ।


୮-ଘାଟିରୁ ଆସିଲା ବରଫପାତର ରୋମାଂଚକର ଚିତ୍ର । ଧଳା ଚାଦରରେ ଘୋଡେଇ ହୋଇଛି ଶ୍ରୀନଗର, ୪ ଦିନ ଧରି ବରଫ ବର୍ଷାରେ ଜାମ୍ମୁ-ଲେହ ରାଜମାର୍ଗରେ ଗମନାଗମନ ଠପ୍ ।


୯-ଟିଆରପି ଠକେଇ ମାମଲା: ଅର୍ଣ୍ଣବଙ୍କ ବିରୋଧରେ ପୋଲିସ ନିକଟରେ ରହିଛି ପ୍ରମାଣ ।


୧୦-ଚୀନର ଯୁଦ୍ଧ ପ୍ରସ୍ତୁତି: ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦେଶ ।


୧୧-୧୦୦ ପ୍ରତିଶତ ଦର୍ଶକ ସହିତ ସିନେମାଘର ଖୋଲିବାକୁ ମଞ୍ଜୁରୀ ଦେଲା ତାମିଲନାଡୁ, କେନ୍ଦ୍ର କହିଲା- ପ୍ରତ୍ୟାହାର କର ନିଷ୍ପତ୍ତି


୧୨-ସାମ୍ନାକୁ ଆସୁଛି କରୋନାକୁ ନେଇ ଚୀନର ଚାଲାକି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମକୁ ଉହାନ ଯିବାକୁ ବାଟ ଛାଡୁନି ବେଜିଂ ।


୧୩-ଜାନୁଆରୀ ୮ରେ ଦେଶର ସମସ୍ତ ଜିଲ୍ଲାରେ ହେବ ଭ୍ୟାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଇ ରନ୍‌ ।


୧୪-ଓଡ଼ିଶା ପାଇଁ ଆଶ୍ୱସ୍ତିର ସଙ୍କେତ । ୬ମାସ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ଶୂନ ।


୧୫-ଲିଙ୍ଗରାଜ ମନ୍ଦିରରେ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ନୁହେଁ-ବିଏମସି କମିଶନର ସୂଚନା ପ୍ରଦାନ କରିଛନ୍ତି ।


୧୬-ଜାନୁଆରି ୯ରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ୩ଟି ରାଜଧାନୀ ସ୍ବତନ୍ତ୍ର ଟ୍ରେନର ସମୟ ସାରଣୀ ପରିବର୍ତନ କରାଯାଇଛି।


୧୭-ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ନ୍ୟୁଜିଲାଣ୍ଡ ପ୍ରଥମଥର ନମ୍ବରଓ୍ବାନ ।





Tuesday, January 5, 2021

ଖବର ୦୬-୦୧-୨୦୨୧ ବୁଧବାର

 ଖବର ଆଜିର

ତାରିଖ ୦୬-୦୧-୨୦୨୧ ବୁଧବାର


୧-ଯେଉଁ ହାତରେ ଝିଅର କାନ ମୋଡୁଥିଲେ, ସେଇ ହାତରେ ସାଲ୍ୟୁଟ ମାରିଲେ ବାପା ଗୋଟିଏ ଅଫିସରେ ବାପା ଇନ୍ସପେକ୍ଟର ଆଉ ଝିଅ DSP ।ଆନ୍ଧ୍ର ପୋଲିସ ରବିବାର ଟୁଇଟ୍‌ କରି ଏହି ଫଟୋ ଶେୟାର କରିଛି। 


୨-ବ୍ରିଟେନରେ ସ୍ଥିତି ସାଙ୍ଘାତିକ । ଭାରତ ଆସିବେନି ବୋରିସ୍ । ମୋଦିଙ୍କୁ ଫୋନ କରି ଗସ୍ତ ବାତିଲ କଲେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ।


୩-କରୋନା ଲଢେଇରେ ଆଉ ଏକ ବଡ ଘୋଷଣା : ୧୦ ଦିନ ମଧ୍ୟରେ ଦେଶରେ ଆରମ୍ଭ ହେବ ଟିକାକରଣ, ସବୁ ସ୍ତରରେ ପ୍ରସ୍ତୁତି ଶେଷ ।


୪-ତୁଟିଲା ବିବାଦ, ଦେଶ ପାଇଁ ମିଳିମିଶି କାମ କରିବେ ସେରମ୍ ଏବଂ ବାୟୋଟେକ୍ ।


୫-ଭାରତର ମହାମାରୀ ମୁକାବିଲାକୁ ସବୁଆଡୁ ପ୍ରଶଂସା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କଲେ ବିଲ ଗେଟ୍ସ ।


୬-ପରୀ ହତ୍ୟାକାଣ୍ଡ: ଗିରଫ ଅଭିଯୁକ୍ତ ନାବାଳକ ବୋଲି କହିଲେ ପୋକ୍ସୋ କୋର୍ଟ


୭-ପକ୍ଷୀ ଗଣୁ ଗଣୁ ହାବୁଡିଲେ ହାତୀ ପଲ । ଚିଲିକା ବାଲିପାଟପୁରରେ ହାତୀ ପଲଙ୍କୁ ଦେଖିଲେ ପକ୍ଷୀ ଗଣନାକାରୀ । କାଦୁଅ ଫଶିଥିବା ଛୁଆ ହାତୀକୁ ଉଦ୍ଧାର କରିବା ପାଇଁ ଏକାଠି ହେଲେ ୧୩ଟି ହାତୀ ।


୮-ଚଳିତ ବର୍ଷ ଭାରତ କିଣିବ  ଇସ୍ରାଏଲ ନିର୍ମିତ ହେରନ ଡ୍ରୋନ, ଏୟାରବସ ସି-୨୯୫ ବିମାନ ।


୯-ଭୁବନେଶ୍ବରରେ ଖୋଲିବ ସିନେମା ହଲ୍, ଜାନୁଆରୀ ୮ରୁ ଫିଲ୍ମ ପ୍ରଦର୍ଶନ କରିବ କେଶରୀ ଟକିଜ ।


୧୦-ଟୟକାଥୋନ୍-୨୦୨୧ ଉନ୍ମୋଚିତ : ଦେଶର ୩୩ କୋଟି ଛାତ୍ରଛାତ୍ରୀଙ୍କ ଆସାଧାରଣ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟ ।


୧୧-ଅଗ୍ନିଶମ ସେବା ପୋର୍ଟାଲ ଓ ଫାୟାର୍‌ ପାର୍କ ଉଦ୍‌ଘାଟିତ, ପ୍ରତି ଶନିବାର ଜନସାଧାରଣଙ୍କ ପାଇଁ ଖୋଲା ରହିବ ପାର୍କ ।


୧୨-ଗୃହବନ୍ଦୀରେ ଅଛନ୍ତି କି ଶିଳ୍ପପତି ଜ୍ୟାକ ମା ? ଦୁଇ ମାସ ଧରି ନିଖୋଜ ହେବା ପରେ ବଢୁଛି ସନ୍ଦେହ । ରାଷ୍ଟ୍ରପତି ଜିନପିଙ୍ଗଙ୍କ ଆକ୍ରୋଶର ଶିକାର ହୋଇଥିବା ଚର୍ଚ୍ଚା ।


୧୩-ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ବଡ ନିଷ୍ପତି । ଦୁଇ ସପ୍ତାହ ମଧ୍ୟରେ ମନ୍ଦିର ମରାମତି ସାରିବାକୁ ସରକାରଙ୍କୁ ନିର୍ଦ୍ଦେଶ ।


୧୪-ମାହାଙ୍ଗା ବିଜେପି ନେତା ହତ୍ୟା ଘଟଣାରେ ୪ଜଣଙ୍କୁ ଗିରଫ କଲା ପୁଲିସ । ଘଟଣାସ୍ଥଳରେ ଦୃଶ୍ୟର ପୁନରାବୃତି କଲେ ଅଭିଯୁକ୍ତ । 


୧୫-କୋଭିଡ କଟକଣା ଭିତରେ ସିନେମା ହଲ ଖୋଲିବା ନେଇ ଚାଲିଛି ପ୍ରସ୍ତୁତି । ଜାନୁଆରୀ ୮ରୁ ଖୋଲିବ କେଶରୀ ଟକିଜ । ହଲକୁ କରାଯାଉଛି ସଂପୂର୍ଣ୍ଣ ସାନିଟାଇଜ ।


୧୬-୧୧ରୁ ଖୋଲିବ ଉତ୍କଳ ବିଶ୍ବବିଦ୍ୟାଳୟ , କୋଭିଡ ନେଗେଟିଭ ରିପୋର୍ଟ ନଥିଲେ ହଷ୍ଟେଲ ମନା ।


୧୭-କାନ୍‌ସ ଚଳଚ୍ଚିତ୍ର ଉତ୍ସବରେ ‘ସିଲ୍‌ଭର୍‌ ଗାନ୍ଧୀ’କୁ ପ୍ରଥମ ପୁରସ୍କାର ।


୧୮-ଶୀତରେ ଥରୁଛି ଉତ୍ତର ଭାରତ । ବରଫ ବର୍ଷା ଯୋଗୁଁ ଶ୍ରୀନଗରକୁ ବିମାଚ ଚଳାଚଳ ଠପ୍ । ହିମାଚଳ ପ୍ରଦେଶରେ ତୁଷାରପାତ ।




Wednesday, November 25, 2020

ଆଜିର ତାଜା ଖବର 26/11/2020

 ଖବର ଆଜିର

ତାରିଖ ୨୬-୧୧-୨୦ ଗୁରୁବାର



୧-୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୨ ବର୍ଷ, Covid ସତ୍ତ୍ୱେ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଲାଗି ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ ।

୨-ଦଶମ ଓ +2 ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।


୩-ଟ୍ରେଡ଼ ୟୁନିୟନ ଧର୍ମଘଟରେ ଯୋଗ ଦେଇ ପାରିବେ ନାହିଁ ସରକାରୀ କର୍ମଚାରୀ; କେନ୍ଦ୍ର ସରକାର ଜାରି ଗଲେ ମାର୍ଗଦର୍ଶିକା ।


୪-ଆଜି ଧର୍ମଘଟ : ବିଧାୟକମାନଙ୍କ ପାଇଁ ପୁଲିସ ସହାୟତା ନମ୍ବର ଜାରି ।


୫-ଓଡିଶା ଇତିହାସରେ ସବୁଠାରୁ ବଡ ଭିଜିଲାନ୍ସ ରେଡ । ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ୧୫ଟି ସ୍ଥାନରେ ଚଢାଉ । ଲକଡାଉନ ବେଳେ ଚାଟାର୍ଡ ପ୍ଲେନରେ ବୁଲୁଥିଲେ ଅଭୟ ।


୬-ପରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର । ୪ ମାସ ପରେ ବି ଜଣାପଡିଲାନି କିଏ କରିଛି ହତ୍ୟା? 


୭-କେନ୍ଦ୍ର ଗୃହ ମନ୍ତ୍ରାଳୟ ଡିସେମ୍ବର ମାସ ପାଇଁ ନୂତନ ନିର୍ଦ୍ଦେଶାବଳୀ ସହିତ ସମ୍ବଳିତ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି : ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରମାନେ ଆବଶ୍ୟକୀୟ ସ୍ଥାନୀୟ ପ୍ରତିବନ୍ଧକ ଲଗାଇପାରିବ ।


୮-ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ନେଇ ଗୃହରେ ମୁଲତବୀ ଆଲୋଚନା ।


୯-ଆତଙ୍କବାଦୀଙ୍କ ସହ ସଂପର୍କ ରଖିବା ଅଭିଯୋଗରେ ପିଡିପି ନେତା ଗିରଫ୍ । ନିଲମ୍ବିତ ଡିଏସପି ଦେବିନ୍ଦରଙ୍କ ସହ ଥିଲା ସଂପର୍କ  


୧୦-କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ ଶେଷରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଏସସିବିରେ କାଳିଆର ମୃତ୍ୟୁ ଘଟିଛି।


୧୧-ରିଙ୍ଗରେ ଆଉ ଦେଖିବାକୁ ମିଳିବନି ରେସଲିଙ୍ଗ ଲିଜେଣ୍ଡଙ୍କ ଦମଦାର ଫାଇଟ୍ । ୩୦ ବର୍ଷର ଐତିହାସିକ ଯାତ୍ରା ପରେ WWE ଦୁନିଆକୁ ଅଲବିଦା ଜଣାଇଲେ ଅଣ୍ଡରଟେକର ।।


୧୨-ମାଲାୟଲମ ଫିଲ୍ମ ‘ଜଲିକଟ୍ଟୁ’ ସହ Oscar 2021ରେ ଭାରତର ପ୍ରବେଶ ।


୧୩-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସାବାଳିକା ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ଓ କାହା ସହିତ ବି ରହିପାରିବେ ।


୧୪-୬୦ ବର୍ଷ ବୟସରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ମାରାଡୋନଙ୍କ ପରଲୋକ  ।


୧୫-ରାତିକ ପାଇଁ ଚେନ୍ନଇ ବିମାନ ବନ୍ଦର, ମେଟ୍ରୋ ଷ୍ଟେସନ୍‌ ବନ୍ଦ ।


୧୬-ବାଇଡେନଙ୍କୁ ଜିନ୍‌ପିଙ୍ଗଙ୍କ ଅଭିନନ୍ଦନ ।


୧୭-ଗତ ଦଶଦିନ ମଧ୍ୟରେ ଶିରିଡ଼ି ସାଇ ମନ୍ଦିରକୁ ଭକ୍ତ ଦାନ କରିଛନ୍ତି ୩.୦୯ କୋଟି ଟଙ୍କା ।




Friday, October 16, 2020

ଆଜିର ତାଜା ଖବର 17/10/2020



ଆଜିର ତାଜା ଖବର 17/10/2020


୧-ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।


୨-ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ।


୩-ଖାଦ୍ୟରେ ବିଷକ୍ରିୟା : ଅକାଳରେ ଚାଲିଗଲା ୩ ଜୀବନ, ଗୁରୁତର ମା, ଝିଅ ଡାକ୍ତରଖାନାରେ ଭର୍ତ୍ତି।ମାଲକାନଗିରି ବ୍ଲକ୍ ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି। 


୪-ଭୂତାଣୁ ନିୟନ୍ତ୍ରିତ ହୋଇଥିବା ଭାବୁଥିଲା ୟୁରୋପ, ପୁଣି ଭୟାନକ ହେଲାଣି Covid ।ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ: କଡ଼ା ପଦକ୍ଷେପ ଗ୍ରହଣ କରିବାକୁ କହିଲେ ‘ହୁ’ ପ୍ୟାରିସ୍‌ରେ କର୍ଫ୍ୟୁ ।


୫-୨୦୧୭-୧୮‌ରେ ବିଜେପି ସମ୍ପତ୍ତି ୨୨% ବୃଦ୍ଧି, କଂଗ୍ରେସ, ଏନ୍‌ସିପିର ହ୍ରାସ।


୬-କୋଭିଡ୍‌ ଟେଷ୍ଟିଂ, ସେରୋ ସର୍ଭେ ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ।


୭-ହାଥରାସ୍‌ ଗଣଦୁଷ୍କର୍ମ ମାମଲା: ଏକାଧିକ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ।


୮-ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ ଆମେରିକାବାସୀ । 


୯-୬ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ : ଆବେଦନକାରୀଙ୍କ ଯାଞ୍ଚ ସରିଲା।


୧୦-ଆମେରିକା ବୈଜ୍ଞାନିକଙ୍କ ଦାବି । ଦ୍ୱିତୀୟ ଥର କରୋନା ସଂକ୍ରମଣ ଅତ୍ୟନ୍ତ ବିରଳ । ଥରେ ସଂକ୍ରମଣ ହେଲେ ଶରୀରରେ ସୃଷ୍ଟି ହୁଏ ରୋଗ ପ୍ରତିରୋଧକ ଶକ୍ତି । ଦ୍ୱିତୀୟ ଥର ହେଉଥିବା ସଂକ୍ରମଣ ନଗଣ୍ୟ ।


୧୧-ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ।୩ ମାସ ପାଇଁ ବନ୍ଦ ହେଲା ରେଟିଂ ।


୧୨-ରିପବ୍ଲିକ୍ ଟିଭିର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ : ଅର୍ଣ୍ଣବ ଗୌସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ।


୧୩-ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ମତ ସଂଗ୍ରହ କରୁଛି ଶ୍ରୀମନ୍ଦିର ପ୍ରଶାସନ  । ପୁରୀର ବିଭିନ୍ନ ଅନୁଷ୍ଠାନ, ବୃଦ୍ଧଜୀବୀ ଓ ଗାଡ଼ି ଚାଳକ ସଂଘ ସହ ବିଚାର ବିମର୍ଷ


୧୪-ହିନ୍ଦୀରେ ‘ଶାନ୍ତି’ ଲେଖି ଟ୍ୱିଟ୍ କଲେ WHO ମୁଖ୍ୟ, ସମସ୍ତେ ଶାନ୍ତିରେ ରୁହନ୍ତି କହି ଦେଲେ କରୋନା ମୁକ୍ତିର ଆହ୍ୱାନ।


୧୫-କରୋନା ରୋଗୀଙ୍କ ଶବଦାହ ନେଇ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ମାନବାଧିକାର କମିଶନ।






Thursday, October 15, 2020

ଆଜିର ତାଜା ଖବର 16/10/2020

 


ଆଜିର ତାଜା ଖବର 16/10/2020

୧. ନୂଆପଲ୍ଲୀ ଦୁର୍ଗାପୂଜା ସମିତି, ୪ ଫୁଟ୍‌ ମୂର୍ତି, ୭ ଜଣରେ ପୂଜା ।


୨. ଦୁର୍ଦିନରେ ସଫଳ ନେତୃତ୍ୱ, ୭୫ରେ ନବୀନ ।


୩. ସାରୁଅ ଜମି ଜବରଦଖଲ ମାମଲା : ଓଟିଭି ପାଚେରି ଭାଙ୍ଗିଲା ପ୍ରଶାସନ ।


୪. ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କର ଗତକାଲି ପରଲୋକ ‌ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା ।


୫. କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଦାୟର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି । 


୬. ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୧୦ଟି ଚିତ୍ରା ହରିଣଙ୍କୁ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ଛଡ଼ାଯାଇଛି । ଏହି ଅଭୟାରଣ୍ୟସ୍ଥିତ କୁମାରଖୁଣ୍ଟି ୱାଚ୍‌ଟାୱାରକୁ ଏମାନଙ୍କୁ ସ୍ଥାନାନ୍ତର କରାଯାଇଛି ।


୭. ଭୁବନେଶ୍ବର: ରଜ, ରଥଯାତ୍ରା ଓ ଗଣେଶ ପୂଜା ଫିଲ୍ମ ବଜାର ଫିକା ପଡ଼ିଲା। ହେଲେ ଦଶହରା ଫିଲ୍ମ ଫିକା ପଡ଼ିବ ନାହିଁ। ଲକ୍‌ଡାଉନ୍‌କୁ ଆଧାର କରି ଆସୁଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’ । 


୮. ନୂଆଦିଲ୍ଲୀ : ପିଏମ୍‌ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଦୀ କ୍ୟାବି‌ନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋୟଲ । 


୯. ମେଲ୍‌ବୋର୍ଣ୍ଣ : ଚଳିତବର୍ଷ ଶେଷରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ସୀମିତ ଓଭର ସିରିଜ୍ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସୂତ୍ରରୁ ଅଷ୍ଟ୍ରେଲିଆର ଗଣମାଧ୍ୟମ ପ୍ରକାଶ କରିଛି । 


୧୦. ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ନିଖୋଜ ସାଇଟ୍ ଇଞ୍ଜିନିୟର୍‌ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଖୋଲିବ ଡିଏନ୍ଏ ପରୀକ୍ଷା ।


୧୧. ସାରଜା: ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି କିଙ୍ଗସ ଇଲେଭେନ ପଂଜାବ ।


୧୨. ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।


୧୩. ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସଓପି ଜାରି ।


୧୪. କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଣିଥିବା କୃଷି ବିଲ ହେଉଛି କୃଷି ମାରଣ ବିଲ୍ । ଏହି ବିଲ୍ ପାସ୍ ହେବା ଦ୍ୱାରା ବଡ ବଡ କମ୍ପାନୀ ଓ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି ।


୧୫. ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।


୧୬. ୧୯୯୭ରୁ ୨୦୨୦ । ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି ଧରି କ୍ଷମତାକେନ୍ଦ୍ରର ସାଜିଛନ୍ତି ବେତାଜ ବାଦଶାହା ।


୧୭. ଆଜି ଭାରତ ରତ୍ନ ଏପିଜେ ଅବଦୁଲ କାଲମଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ।


୧୮. ଏପ୍ରିଲ ୨୦୨୧ ସୁଦ୍ଧା ବିଶ୍ୱକୁ ମିଳିବ ସୁରକ୍ଷିତ ଓ ପ୍ରଭାବୀ କରୋନା ଭେକ୍ସିନ୍ !


୧୯. କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


୨୦. ନୂଆଦିଲ୍ଲୀ : ପ୍ରତିଦିନ ନୂଆ ନୂଆ କରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି । କରୋନା ଭାଇରସ ମୁକାବିଲାରେ ସମସ୍ତ ଦେଶର ପ୍ରମୁଖମାନେ ଶାନ୍ତି ପ୍ରତିଷ୍ଠା କରନ୍ତୁ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡରସ୍ ଆଧାନମ ଘେବ୍ରେୟେସସ୍ । ସେ ଟ୍ୱିଟ୍ ଯୋଗେ ଏହା କହିଛନ୍ତି ।


୨୧. ରାଜ୍ୟରେ ମନ୍ଦିର ଖୋଲିବା ନେଇ ଆସନ୍ତାକାଲି ହାଇକୋର୍ଟରେ ହେବ ଶୁଣାଣି ।


୨୨. ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୩୮ ହଜାର ୫୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


୨୩. ବର୍ଷ ଶେଷ ସୁଦ୍ଧା ଭାରତକୁ ଆସିବ ଆକାଶର ବାୟୁବୀର । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଏୟାରଫୋର୍ସ ଟିମ୍ । 


୨୪. ଆଜିଠୁ ମହଙ୍ଗା ହେଲା Paytm, କ୍ରେଡିଟ୍ କାର୍ଡରୁ ପେଟିଏମରେ ଟଙ୍କା ଯୋଡିବା ଉପରେ ୨% ଚାର୍ଜ ଲାଗିବ ।


୨୫. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଓଡିଶା-ମୋ ପରିବାର ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ ।


୨୬. ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ ଆମେରିକାବାସୀ । 


୨୭. ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଡ୍ରାଗନବାହିନୀକୁ ଚୀନ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ।


୨୮. ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି ।


୨୯. ସମଗ୍ର ବିଶ୍ୱ କରୋନା ଟିକା ପାଇଁ ଆଗ୍ରହର ସହ ଚାହିଁ ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ‘ହୁ’ କହିଛି ଯେ ସୁସ୍ଥ ଓ ସବଳ ଯୁବକମାନଙ୍କୁ କରୋନା ଟିକା ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।




୩୦. ଭୁବନେଶ୍ୱର : ଅକ୍ଟୋବର ୧୯ ରେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


କରୋନା ଟିପ୍ସ୍ : ଯେ ପର୍ଯ୍ୟନ୍ତ ଔଷଧ ନାହିଁ ଆମେ ଅବହେଳା କରିବା ନାହିଁ କରୋନାକୁ ରୋକିବା ପାଇଁ  ମାସ୍କ ପିନ୍ଧିବା, ଶାରିରୀକ ଦୂରତା ରଖିବା, ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

Tuesday, October 13, 2020

ଆଜିର ତାଜା ଖବର 14/10/2020

 ଆଜିର ତାଜା ଖବର 14/10/2020

୧-ପରାଜୟର ଧାରା ଭାଙ୍ଗିଲା ଚେନ୍ନାଇ, ୨୦ ରନରେ ହାରିଲା ହାଇଦ୍ରାବାଦ


୨-ଭୋଗରାଇରେ ବନ୍ଧୁକ ମୁନରେ ୟୁକୋ ବ୍ୟାଙ୍କରୁ ଲୁଟିନେଲେ ୨୦ ଲକ୍ଷ ଟଙ୍କା । କଟକ ଗଣ୍ଡରପୁରରେ ଏସବିଆଇ ଏଟିଏମ ଲୁଟ ଉଦ୍ୟମ ବିଫଳ । ୨୪ ଘଂଟାରେ ଆସିଲା ୪ଟି ଲୁଟ ଅଭିଯୋଗ ।


୩-ଓଡ଼ିଶାର ୧୫ ସହର ପାଇଁ ’ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିଶନ ଘୋଷଣା କଲେ ନବୀନ, ୧୩୦୦ କୋଟିର ବଜେଟ୍।


୪-ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ସେପଟେ ଗଜପତିରେ ଧସିଲା ମାଟି ଅତଡା, ଉପୁଡି ପଡିଲା ବିଦ୍ୟୁତ୍ ଖୁଣ୍ଟ, ଗଂଜାମର ତଳି ଅଂଚଳରେ ପସିଲା ପାଣି ।


୫-ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ସଂକ୍ରମିତ: ଖେଳିବେନି ନେସନ୍ସ ଲିଗ୍‌ର ବାକି ମ୍ୟାଚ୍।


୬-ବିଦେଶରେ ପୁଣି ଚମକିଲେ ସମ୍ବଲପୁରର ତିଷ୍ୟା: ୧୦ ବର୍ଷ ବୟସରେ ଓମାନ ଉପସାଗରରେ କଲେ ୪୦ ଫୁଟ୍ ଡାଇଭିଂ।


୭-ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ । ଆରଟିଆଇରୁ ଆସିଲା ପୂରା ସତ ।


୮--ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ମଙ୍ଗଳବାର ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୪।


୯-କରୋନା ମହାମାରୀ ଦ୍ୱାରା ମୃତ୍ୟୁବରଣ କରିଥିବା ୪୭% ରୋଗୀ ୬୦ ବର୍ଷରୁ କମ୍ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।


୧୦-ରାଜ୍ୟ ସରକାର ଓ ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ ରାଜିନାମା ସ୍ୱାକ୍ଷରିତ , ୨୦୨୩ ପର୍ଯ୍ୟନ୍ତ ରଗ୍‌ବି ଖେଳାଳୀଙ୍କୁ ମିଳିବ ପ୍ରୋତ୍ସାହନ।


୧୧-ଚଳିତ ବର୍ଷ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧୦.୩% କମିବ : ଆଇଏମ୍‌ଏଫ୍‌।


୧୨-କରୋନା ନିୟମକୁ ଟ୍ରମ୍ପଙ୍କ ଫୁ’, ବିନା ମାସ୍କରେ ପ୍ରବଳ ଭିଡ଼ରେ କଲେ ନିର୍ବାଚନୀ ପ୍ରଚାର।


୧୩-ବାବା ରାମଦେବଙ୍କୁ ହାତୀ ଉପରେ ବସି ଯୋଗ କରିବା ପଡିଲା ମହଙ୍ଗା, ଖସି ପଡିଲେ ତଳକୁ।


୧୪-ମୁକ୍ତ ହେଲେ ଗତ ବର୍ଷଠାରୁ ନଜରବନ୍ଦୀ ଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି।


୧୫-ପର୍ବପର୍ବାଣି ପାଇଁ ୩୯୨ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳକୁ ରେଳ ମନ୍ତ୍ରଣାଳୟର ଅନୁମୋଦନ।


୧୬-ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମୁମ୍ବାଇ ପୋଲିସର ନୋଟିସ୍, ଉପଯୁକ୍ତ ଜବାବ ନମିଳିଲେ କାର୍ଯ୍ୟାନୁଷ୍ଠାନ କରିବାକୁ ଚେତାବନୀ।


୧୭-ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ନେଇ ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌, ଅମୃତ ଯୋଜନାରେ କେନ୍ଦ୍ରରୁ ମିଳିଛି ୮୮୫ କୋଟି।


୧୮-ତାଳଚେରରେ କୋଇଲା ଖଣିରୁ ଛୁଟିଲା ପାଣି: ୨୦୦୨ ଓ ୨୦୦୪ ଘଟଣାର ପୁନରାବୃତ୍ତି, ସହରବାସୀ ଆତଙ୍କିତ।