ଆଜିର ତାଜା ଖବର 16/10/2020
୧. ନୂଆପଲ୍ଲୀ ଦୁର୍ଗାପୂଜା ସମିତି, ୪ ଫୁଟ୍ ମୂର୍ତି, ୭ ଜଣରେ ପୂଜା ।
୨. ଦୁର୍ଦିନରେ ସଫଳ ନେତୃତ୍ୱ, ୭୫ରେ ନବୀନ ।
୩. ସାରୁଅ ଜମି ଜବରଦଖଲ ମାମଲା : ଓଟିଭି ପାଚେରି ଭାଙ୍ଗିଲା ପ୍ରଶାସନ ।
୪. ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କର ଗତକାଲି ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା ।
୫. କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଦାୟର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି ।
୬. ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୧୦ଟି ଚିତ୍ରା ହରିଣଙ୍କୁ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ଛଡ଼ାଯାଇଛି । ଏହି ଅଭୟାରଣ୍ୟସ୍ଥିତ କୁମାରଖୁଣ୍ଟି ୱାଚ୍ଟାୱାରକୁ ଏମାନଙ୍କୁ ସ୍ଥାନାନ୍ତର କରାଯାଇଛି ।
୭. ଭୁବନେଶ୍ବର: ରଜ, ରଥଯାତ୍ରା ଓ ଗଣେଶ ପୂଜା ଫିଲ୍ମ ବଜାର ଫିକା ପଡ଼ିଲା। ହେଲେ ଦଶହରା ଫିଲ୍ମ ଫିକା ପଡ଼ିବ ନାହିଁ। ଲକ୍ଡାଉନ୍କୁ ଆଧାର କରି ଆସୁଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକିର ଲକ୍ଡାଉନ୍ ଲଭ୍ଷ୍ଟୋରି’ ।
୮. ନୂଆଦିଲ୍ଲୀ : ପିଏମ୍ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଦୀ କ୍ୟାବିନେଟ୍ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋୟଲ ।
୯. ମେଲ୍ବୋର୍ଣ୍ଣ : ଚଳିତବର୍ଷ ଶେଷରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବା ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ସୀମିତ ଓଭର ସିରିଜ୍ ଖେଳାଯିବ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ସୂତ୍ରରୁ ଅଷ୍ଟ୍ରେଲିଆର ଗଣମାଧ୍ୟମ ପ୍ରକାଶ କରିଛି ।
୧୦. ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ନିଖୋଜ ସାଇଟ୍ ଇଞ୍ଜିନିୟର୍ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଖୋଲିବ ଡିଏନ୍ଏ ପରୀକ୍ଷା ।
୧୧. ସାରଜା: ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି କିଙ୍ଗସ ଇଲେଭେନ ପଂଜାବ ।
୧୨. ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
୧୩. ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସଓପି ଜାରି ।
୧୪. କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଣିଥିବା କୃଷି ବିଲ ହେଉଛି କୃଷି ମାରଣ ବିଲ୍ । ଏହି ବିଲ୍ ପାସ୍ ହେବା ଦ୍ୱାରା ବଡ ବଡ କମ୍ପାନୀ ଓ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି ।
୧୫. ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
୧୬. ୧୯୯୭ରୁ ୨୦୨୦ । ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି ଧରି କ୍ଷମତାକେନ୍ଦ୍ରର ସାଜିଛନ୍ତି ବେତାଜ ବାଦଶାହା ।
୧୭. ଆଜି ଭାରତ ରତ୍ନ ଏପିଜେ ଅବଦୁଲ କାଲମଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ।
୧୮. ଏପ୍ରିଲ ୨୦୨୧ ସୁଦ୍ଧା ବିଶ୍ୱକୁ ମିଳିବ ସୁରକ୍ଷିତ ଓ ପ୍ରଭାବୀ କରୋନା ଭେକ୍ସିନ୍ !
୧୯. କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
୨୦. ନୂଆଦିଲ୍ଲୀ : ପ୍ରତିଦିନ ନୂଆ ନୂଆ କରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି । କରୋନା ଭାଇରସ ମୁକାବିଲାରେ ସମସ୍ତ ଦେଶର ପ୍ରମୁଖମାନେ ଶାନ୍ତି ପ୍ରତିଷ୍ଠା କରନ୍ତୁ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡରସ୍ ଆଧାନମ ଘେବ୍ରେୟେସସ୍ । ସେ ଟ୍ୱିଟ୍ ଯୋଗେ ଏହା କହିଛନ୍ତି ।
୨୧. ରାଜ୍ୟରେ ମନ୍ଦିର ଖୋଲିବା ନେଇ ଆସନ୍ତାକାଲି ହାଇକୋର୍ଟରେ ହେବ ଶୁଣାଣି ।
୨୨. ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୩୮ ହଜାର ୫୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
୨୩. ବର୍ଷ ଶେଷ ସୁଦ୍ଧା ଭାରତକୁ ଆସିବ ଆକାଶର ବାୟୁବୀର । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଏୟାରଫୋର୍ସ ଟିମ୍ ।
୨୪. ଆଜିଠୁ ମହଙ୍ଗା ହେଲା Paytm, କ୍ରେଡିଟ୍ କାର୍ଡରୁ ପେଟିଏମରେ ଟଙ୍କା ଯୋଡିବା ଉପରେ ୨% ଚାର୍ଜ ଲାଗିବ ।
୨୫. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଓଡିଶା-ମୋ ପରିବାର ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ ।
୨୬. ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ ଆମେରିକାବାସୀ ।
୨୭. ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଡ୍ରାଗନବାହିନୀକୁ ଚୀନ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ।
୨୮. ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି ।
୨୯. ସମଗ୍ର ବିଶ୍ୱ କରୋନା ଟିକା ପାଇଁ ଆଗ୍ରହର ସହ ଚାହିଁ ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ‘ହୁ’ କହିଛି ଯେ ସୁସ୍ଥ ଓ ସବଳ ଯୁବକମାନଙ୍କୁ କରୋନା ଟିକା ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।
୩୦. ଭୁବନେଶ୍ୱର : ଅକ୍ଟୋବର ୧୯ ରେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
କରୋନା ଟିପ୍ସ୍ : ଯେ ପର୍ଯ୍ୟନ୍ତ ଔଷଧ ନାହିଁ ଆମେ ଅବହେଳା କରିବା ନାହିଁ କରୋନାକୁ ରୋକିବା ପାଇଁ ମାସ୍କ ପିନ୍ଧିବା, ଶାରିରୀକ ଦୂରତା ରଖିବା, ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।
No comments:
Post a Comment