Wednesday, November 25, 2020

ଆଜିର ତାଜା ଖବର 26/11/2020

 ଖବର ଆଜିର

ତାରିଖ ୨୬-୧୧-୨୦ ଗୁରୁବାର



୧-୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୁରିଲା ୧୨ ବର୍ଷ, Covid ସତ୍ତ୍ୱେ ସହିଦଙ୍କ ଶ୍ରଦ୍ଧାଞ୍ଜଳି ଲାଗି ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ ।

୨-ଦଶମ ଓ +2 ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।


୩-ଟ୍ରେଡ଼ ୟୁନିୟନ ଧର୍ମଘଟରେ ଯୋଗ ଦେଇ ପାରିବେ ନାହିଁ ସରକାରୀ କର୍ମଚାରୀ; କେନ୍ଦ୍ର ସରକାର ଜାରି ଗଲେ ମାର୍ଗଦର୍ଶିକା ।


୪-ଆଜି ଧର୍ମଘଟ : ବିଧାୟକମାନଙ୍କ ପାଇଁ ପୁଲିସ ସହାୟତା ନମ୍ବର ଜାରି ।


୫-ଓଡିଶା ଇତିହାସରେ ସବୁଠାରୁ ବଡ ଭିଜିଲାନ୍ସ ରେଡ । ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକଙ୍କ ୧୫ଟି ସ୍ଥାନରେ ଚଢାଉ । ଲକଡାଉନ ବେଳେ ଚାଟାର୍ଡ ପ୍ଲେନରେ ବୁଲୁଥିଲେ ଅଭୟ ।


୬-ପରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର । ୪ ମାସ ପରେ ବି ଜଣାପଡିଲାନି କିଏ କରିଛି ହତ୍ୟା? 


୭-କେନ୍ଦ୍ର ଗୃହ ମନ୍ତ୍ରାଳୟ ଡିସେମ୍ବର ମାସ ପାଇଁ ନୂତନ ନିର୍ଦ୍ଦେଶାବଳୀ ସହିତ ସମ୍ବଳିତ କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ବା ମାର୍ଗଦର୍ଶିକା ଜାରି : ପରିସ୍ଥିତିକୁ ଆକଳନ କରି ଆବଶ୍ୟକ ସ୍ଥଳେ ରାଜ୍ୟ ସରକାରମାନେ ଆବଶ୍ୟକୀୟ ସ୍ଥାନୀୟ ପ୍ରତିବନ୍ଧକ ଲଗାଇପାରିବ ।


୮-ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ନେଇ ଗୃହରେ ମୁଲତବୀ ଆଲୋଚନା ।


୯-ଆତଙ୍କବାଦୀଙ୍କ ସହ ସଂପର୍କ ରଖିବା ଅଭିଯୋଗରେ ପିଡିପି ନେତା ଗିରଫ୍ । ନିଲମ୍ବିତ ଡିଏସପି ଦେବିନ୍ଦରଙ୍କ ସହ ଥିଲା ସଂପର୍କ  


୧୦-କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ମଧ୍ୟରୁ ଶେଷରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ଏସସିବିରେ କାଳିଆର ମୃତ୍ୟୁ ଘଟିଛି।


୧୧-ରିଙ୍ଗରେ ଆଉ ଦେଖିବାକୁ ମିଳିବନି ରେସଲିଙ୍ଗ ଲିଜେଣ୍ଡଙ୍କ ଦମଦାର ଫାଇଟ୍ । ୩୦ ବର୍ଷର ଐତିହାସିକ ଯାତ୍ରା ପରେ WWE ଦୁନିଆକୁ ଅଲବିଦା ଜଣାଇଲେ ଅଣ୍ଡରଟେକର ।।


୧୨-ମାଲାୟଲମ ଫିଲ୍ମ ‘ଜଲିକଟ୍ଟୁ’ ସହ Oscar 2021ରେ ଭାରତର ପ୍ରବେଶ ।


୧୩-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସାବାଳିକା ନିଜ ଇଚ୍ଛାରେ ଯେ କୌଣସି ସ୍ଥାନରେ ଓ କାହା ସହିତ ବି ରହିପାରିବେ ।


୧୪-୬୦ ବର୍ଷ ବୟସରେ କିମ୍ବଦନ୍ତୀ ଫୁଟବଲ ଖେଳାଳୀ ମାରାଡୋନଙ୍କ ପରଲୋକ  ।


୧୫-ରାତିକ ପାଇଁ ଚେନ୍ନଇ ବିମାନ ବନ୍ଦର, ମେଟ୍ରୋ ଷ୍ଟେସନ୍‌ ବନ୍ଦ ।


୧୬-ବାଇଡେନଙ୍କୁ ଜିନ୍‌ପିଙ୍ଗଙ୍କ ଅଭିନନ୍ଦନ ।


୧୭-ଗତ ଦଶଦିନ ମଧ୍ୟରେ ଶିରିଡ଼ି ସାଇ ମନ୍ଦିରକୁ ଭକ୍ତ ଦାନ କରିଛନ୍ତି ୩.୦୯ କୋଟି ଟଙ୍କା ।




Friday, October 16, 2020

ଆଜିର ତାଜା ଖବର 17/10/2020



ଆଜିର ତାଜା ଖବର 17/10/2020


୧-ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ଆଉ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।


୨-ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ।


୩-ଖାଦ୍ୟରେ ବିଷକ୍ରିୟା : ଅକାଳରେ ଚାଲିଗଲା ୩ ଜୀବନ, ଗୁରୁତର ମା, ଝିଅ ଡାକ୍ତରଖାନାରେ ଭର୍ତ୍ତି।ମାଲକାନଗିରି ବ୍ଲକ୍ ପଦ୍ମଗିରି ପଞ୍ଚାୟତ ଅନ୍ତର୍ଗତ କଚେଲି ଗାଁରେ ଅଭାବନୀୟ ଘଟଣା ଘଟିଛି। 


୪-ଭୂତାଣୁ ନିୟନ୍ତ୍ରିତ ହୋଇଥିବା ଭାବୁଥିଲା ୟୁରୋପ, ପୁଣି ଭୟାନକ ହେଲାଣି Covid ।ୟୁରୋପରେ ପୁଣି ଦ୍ରୁତ ସଂକ୍ରମଣ: କଡ଼ା ପଦକ୍ଷେପ ଗ୍ରହଣ କରିବାକୁ କହିଲେ ‘ହୁ’ ପ୍ୟାରିସ୍‌ରେ କର୍ଫ୍ୟୁ ।


୫-୨୦୧୭-୧୮‌ରେ ବିଜେପି ସମ୍ପତ୍ତି ୨୨% ବୃଦ୍ଧି, କଂଗ୍ରେସ, ଏନ୍‌ସିପିର ହ୍ରାସ।


୬-କୋଭିଡ୍‌ ଟେଷ୍ଟିଂ, ସେରୋ ସର୍ଭେ ବଢ଼ାଇବାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବ।


୭-ହାଥରାସ୍‌ ଗଣଦୁଷ୍କର୍ମ ମାମଲା: ଏକାଧିକ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ।


୮-ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ ଆମେରିକାବାସୀ । 


୯-୬ ବିଶ୍ୱବିଦ୍ୟାଳୟ କୁଳପତି ଚୟନ ପ୍ରସଙ୍ଗ : ଆବେଦନକାରୀଙ୍କ ଯାଞ୍ଚ ସରିଲା।


୧୦-ଆମେରିକା ବୈଜ୍ଞାନିକଙ୍କ ଦାବି । ଦ୍ୱିତୀୟ ଥର କରୋନା ସଂକ୍ରମଣ ଅତ୍ୟନ୍ତ ବିରଳ । ଥରେ ସଂକ୍ରମଣ ହେଲେ ଶରୀରରେ ସୃଷ୍ଟି ହୁଏ ରୋଗ ପ୍ରତିରୋଧକ ଶକ୍ତି । ଦ୍ୱିତୀୟ ଥର ହେଉଥିବା ସଂକ୍ରମଣ ନଗଣ୍ୟ ।


୧୧-ଟିଆରପି ସ୍କାମ ଚର୍ଚ୍ଚା ପରେ ବାର୍କ ବନ୍ଦ କଲା ସବୁ ନ୍ୟୁଜ ଚ୍ୟାନେଲର ଟିଆରପି ।୩ ମାସ ପାଇଁ ବନ୍ଦ ହେଲା ରେଟିଂ ।


୧୨-ରିପବ୍ଲିକ୍ ଟିଭିର ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ : ଅର୍ଣ୍ଣବ ଗୌସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟ ଯିବାକୁ ଦେଲେ ପରାମର୍ଶ।


୧୩-ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପ୍ରସ୍ତାବ ଉପରେ ମତ ସଂଗ୍ରହ କରୁଛି ଶ୍ରୀମନ୍ଦିର ପ୍ରଶାସନ  । ପୁରୀର ବିଭିନ୍ନ ଅନୁଷ୍ଠାନ, ବୃଦ୍ଧଜୀବୀ ଓ ଗାଡ଼ି ଚାଳକ ସଂଘ ସହ ବିଚାର ବିମର୍ଷ


୧୪-ହିନ୍ଦୀରେ ‘ଶାନ୍ତି’ ଲେଖି ଟ୍ୱିଟ୍ କଲେ WHO ମୁଖ୍ୟ, ସମସ୍ତେ ଶାନ୍ତିରେ ରୁହନ୍ତି କହି ଦେଲେ କରୋନା ମୁକ୍ତିର ଆହ୍ୱାନ।


୧୫-କରୋନା ରୋଗୀଙ୍କ ଶବଦାହ ନେଇ ନିର୍ଦ୍ଦେଶନାମା ଜାରି କଲେ ରାଜ୍ୟ ମାନବାଧିକାର କମିଶନ।






Thursday, October 15, 2020

ଆଜିର ତାଜା ଖବର 16/10/2020

 


ଆଜିର ତାଜା ଖବର 16/10/2020

୧. ନୂଆପଲ୍ଲୀ ଦୁର୍ଗାପୂଜା ସମିତି, ୪ ଫୁଟ୍‌ ମୂର୍ତି, ୭ ଜଣରେ ପୂଜା ।


୨. ଦୁର୍ଦିନରେ ସଫଳ ନେତୃତ୍ୱ, ୭୫ରେ ନବୀନ ।


୩. ସାରୁଅ ଜମି ଜବରଦଖଲ ମାମଲା : ଓଟିଭି ପାଚେରି ଭାଙ୍ଗିଲା ପ୍ରଶାସନ ।


୪. ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ରମାକାନ୍ତ ମିଶ୍ରଙ୍କର ଗତକାଲି ପରଲୋକ ‌ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା ।


୫. କଟକ : ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ଅନିୟମିତତା ପ୍ରସଂଗକୁ ନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ଦାୟର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି । 


୬. ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୧୦ଟି ଚିତ୍ରା ହରିଣଙ୍କୁ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ଛଡ଼ାଯାଇଛି । ଏହି ଅଭୟାରଣ୍ୟସ୍ଥିତ କୁମାରଖୁଣ୍ଟି ୱାଚ୍‌ଟାୱାରକୁ ଏମାନଙ୍କୁ ସ୍ଥାନାନ୍ତର କରାଯାଇଛି ।


୭. ଭୁବନେଶ୍ବର: ରଜ, ରଥଯାତ୍ରା ଓ ଗଣେଶ ପୂଜା ଫିଲ୍ମ ବଜାର ଫିକା ପଡ଼ିଲା। ହେଲେ ଦଶହରା ଫିଲ୍ମ ଫିକା ପଡ଼ିବ ନାହିଁ। ଲକ୍‌ଡାଉନ୍‌କୁ ଆଧାର କରି ଆସୁଛି ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକିର ଲକ୍‌ଡାଉନ୍‌ ଲଭ୍‌ଷ୍ଟୋରି’ । 


୮. ନୂଆଦିଲ୍ଲୀ : ପିଏମ୍‌ଓ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଦୀ କ୍ୟାବି‌ନେଟ୍‌ରେ ସବୁଠୁ ଧନୀ ମନ୍ତ୍ରୀ ହେଉଛନ୍ତି ପୀୟୁଷ ଗୋୟଲ । 


୯. ମେଲ୍‌ବୋର୍ଣ୍ଣ : ଚଳିତବର୍ଷ ଶେଷରେ ଭାରତୀୟ କ୍ରିକେଟ୍‌ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ୪ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପୂର୍ବରୁ ଉଭୟ ଦଳଙ୍କ ମଧ୍ୟରେ ସୀମିତ ଓଭର ସିରିଜ୍ ଖେଳାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସୂତ୍ରରୁ ଅଷ୍ଟ୍ରେଲିଆର ଗଣମାଧ୍ୟମ ପ୍ରକାଶ କରିଛି । 


୧୦. ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ନିଖୋଜ ସାଇଟ୍ ଇଞ୍ଜିନିୟର୍‌ ସୀମାଞ୍ଚଳ ପରିଡ଼ାଙ୍କ ମୃତ୍ୟୁ ରହସ୍ୟ ଖୋଲିବ ଡିଏନ୍ଏ ପରୀକ୍ଷା ।


୧୧. ସାରଜା: ସାରଜା ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୩୧ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟ ପରାସ୍ତ କରିଛି କିଙ୍ଗସ ଇଲେଭେନ ପଂଜାବ ।


୧୨. ବାଲୁକାକଳାରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।


୧୩. ସାଂସ୍କୃତିକ ସମାରୋହ ଓ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଏସଓପି ଜାରି ।


୧୪. କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଣିଥିବା କୃଷି ବିଲ ହେଉଛି କୃଷି ମାରଣ ବିଲ୍ । ଏହି ବିଲ୍ ପାସ୍ ହେବା ଦ୍ୱାରା ବଡ ବଡ କମ୍ପାନୀ ଓ ପୁଞ୍ଜିପତିଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି ।


୧୫. ନୂଆଦିଲ୍ଲୀ, କୋଭିଡ-19 ବୈଶ୍ଵିକ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।


୧୬. ୧୯୯୭ରୁ ୨୦୨୦ । ରାଜ୍ୟ ରାଜନୀତିର ଅପରିଚିତ ଚେହେରାରୁ ଆକାଶଛୁଆଁ ଲୋକପ୍ରିୟତା, ବିରୋଧୀଙ୍କୁ ଚକମା ଦେଇ ଦୁଇ ଦଶନ୍ଧି ଧରି କ୍ଷମତାକେନ୍ଦ୍ରର ସାଜିଛନ୍ତି ବେତାଜ ବାଦଶାହା ।


୧୭. ଆଜି ଭାରତ ରତ୍ନ ଏପିଜେ ଅବଦୁଲ କାଲମଙ୍କ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ।


୧୮. ଏପ୍ରିଲ ୨୦୨୧ ସୁଦ୍ଧା ବିଶ୍ୱକୁ ମିଳିବ ସୁରକ୍ଷିତ ଓ ପ୍ରଭାବୀ କରୋନା ଭେକ୍ସିନ୍ !


୧୯. କଟକ: କଟକ ସହର ଉପକଣ୍ଠରେ କରୋନା ରୋଗୀଙ୍କ ଶବଦାହ ପ୍ରସଙ୍ଗରେ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ସତୀଚୌରା ଶ୍ମଶାନକୁ ବ୍ୟାପକ ଆଲୋକୀକରଣ ଓ ଆବଦ୍ଧ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


୨୦. ନୂଆଦିଲ୍ଲୀ : ପ୍ରତିଦିନ ନୂଆ ନୂଆ କରୋନା ସଂକ୍ରମିତଙ୍କ ମାମଲା ସାମ୍ନାକୁ ଆସୁଛି । କରୋନା ଭାଇରସ ମୁକାବିଲାରେ ସମସ୍ତ ଦେଶର ପ୍ରମୁଖମାନେ ଶାନ୍ତି ପ୍ରତିଷ୍ଠା କରନ୍ତୁ ବୋଲି କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡରସ୍ ଆଧାନମ ଘେବ୍ରେୟେସସ୍ । ସେ ଟ୍ୱିଟ୍ ଯୋଗେ ଏହା କହିଛନ୍ତି ।


୨୧. ରାଜ୍ୟରେ ମନ୍ଦିର ଖୋଲିବା ନେଇ ଆସନ୍ତାକାଲି ହାଇକୋର୍ଟରେ ହେବ ଶୁଣାଣି ।


୨୨. ରାଜ୍ୟରେ ଆଉ ୨୭୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨ ଲକ୍ଷ ୩୮ ହଜାର ୫୩୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।


୨୩. ବର୍ଷ ଶେଷ ସୁଦ୍ଧା ଭାରତକୁ ଆସିବ ଆକାଶର ବାୟୁବୀର । ରାଫେଲ ଆଣିବାକୁ ଫ୍ରାନ୍ସ ଗସ୍ତରେ ଏୟାରଫୋର୍ସ ଟିମ୍ । 


୨୪. ଆଜିଠୁ ମହଙ୍ଗା ହେଲା Paytm, କ୍ରେଡିଟ୍ କାର୍ଡରୁ ପେଟିଏମରେ ଟଙ୍କା ଯୋଡିବା ଉପରେ ୨% ଚାର୍ଜ ଲାଗିବ ।


୨୫. ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ଓଡିଶା-ମୋ ପରିବାର ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଆୟୋଜନ ।


୨୬. ଟୁଇଟର ଏବଂ ଫେସବୁକ ଉପରେ ବର୍ଷିଲେ ଟ୍ରମ୍ପ ।କହିଲେ ଜୋ ବିଡେନଙ୍କ ଦୁର୍ନୀତି ଲୁଚାଇବାକୁ କରାଯାଉଛି ଯୋଜନା, ଫଳ ଭୋଗିବେ ଆମେରିକାବାସୀ । 


୨୭. ଚୀନ୍ କରୁଛି ସାଂଘାତିକ ଷଡଯନ୍ତ୍ର । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଡ୍ରାଗନବାହିନୀକୁ ଚୀନ୍ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ।


୨୮. ଅକ୍ଟୋବର ୧୬ରୁ ଖୋଲିବ ସାବରିମାଲା ମନ୍ଦିର: ପ୍ରତିଦିନ ୨୫୦ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ପାଇଁ ମିଳିବ ଅନୁମତି ।


୨୯. ସମଗ୍ର ବିଶ୍ୱ କରୋନା ଟିକା ପାଇଁ ଆଗ୍ରହର ସହ ଚାହିଁ ରହିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ବା ‘ହୁ’ କହିଛି ଯେ ସୁସ୍ଥ ଓ ସବଳ ଯୁବକମାନଙ୍କୁ କରୋନା ଟିକା ପାଇଁ ୨୦୨୨ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ।




୩୦. ଭୁବନେଶ୍ୱର : ଅକ୍ଟୋବର ୧୯ ରେ ବଙ୍ଗୋପସାଗରର କେନ୍ଦ୍ରୀୟ ଉପକୂଳରେ ଏକ ନୂତନ ଲଘୁ ଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।


କରୋନା ଟିପ୍ସ୍ : ଯେ ପର୍ଯ୍ୟନ୍ତ ଔଷଧ ନାହିଁ ଆମେ ଅବହେଳା କରିବା ନାହିଁ କରୋନାକୁ ରୋକିବା ପାଇଁ  ମାସ୍କ ପିନ୍ଧିବା, ଶାରିରୀକ ଦୂରତା ରଖିବା, ଏବଂ ବାରମ୍ବାର ହାତ ଧୋଇବା-ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

Tuesday, October 13, 2020

ଆଜିର ତାଜା ଖବର 14/10/2020

 ଆଜିର ତାଜା ଖବର 14/10/2020

୧-ପରାଜୟର ଧାରା ଭାଙ୍ଗିଲା ଚେନ୍ନାଇ, ୨୦ ରନରେ ହାରିଲା ହାଇଦ୍ରାବାଦ


୨-ଭୋଗରାଇରେ ବନ୍ଧୁକ ମୁନରେ ୟୁକୋ ବ୍ୟାଙ୍କରୁ ଲୁଟିନେଲେ ୨୦ ଲକ୍ଷ ଟଙ୍କା । କଟକ ଗଣ୍ଡରପୁରରେ ଏସବିଆଇ ଏଟିଏମ ଲୁଟ ଉଦ୍ୟମ ବିଫଳ । ୨୪ ଘଂଟାରେ ଆସିଲା ୪ଟି ଲୁଟ ଅଭିଯୋଗ ।


୩-ଓଡ଼ିଶାର ୧୫ ସହର ପାଇଁ ’ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’ ମିଶନ ଘୋଷଣା କଲେ ନବୀନ, ୧୩୦୦ କୋଟିର ବଜେଟ୍।


୪-ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଆସନ୍ତା ୨୪ ଘଂଟା ପର୍ଯ୍ୟନ୍ତ ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ସେପଟେ ଗଜପତିରେ ଧସିଲା ମାଟି ଅତଡା, ଉପୁଡି ପଡିଲା ବିଦ୍ୟୁତ୍ ଖୁଣ୍ଟ, ଗଂଜାମର ତଳି ଅଂଚଳରେ ପସିଲା ପାଣି ।


୫-ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲ୍ଡୋ କରୋନା ସଂକ୍ରମିତ: ଖେଳିବେନି ନେସନ୍ସ ଲିଗ୍‌ର ବାକି ମ୍ୟାଚ୍।


୬-ବିଦେଶରେ ପୁଣି ଚମକିଲେ ସମ୍ବଲପୁରର ତିଷ୍ୟା: ୧୦ ବର୍ଷ ବୟସରେ ଓମାନ ଉପସାଗରରେ କଲେ ୪୦ ଫୁଟ୍ ଡାଇଭିଂ।


୭-ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ନୁହେଁ ଆଧାରକାର୍ଡ । ଆରଟିଆଇରୁ ଆସିଲା ପୂରା ସତ ।


୮--ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ; ମଙ୍ଗଳବାର ବାୟୁ ଗୁଣବତ୍ତା ସୂଚକାଙ୍କ ୩୦୪।


୯-କରୋନା ମହାମାରୀ ଦ୍ୱାରା ମୃତ୍ୟୁବରଣ କରିଥିବା ୪୭% ରୋଗୀ ୬୦ ବର୍ଷରୁ କମ୍ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।


୧୦-ରାଜ୍ୟ ସରକାର ଓ ଇଣ୍ଡିଆନ ରଗବି ଫୁଟବଲ ୟୁନିୟନ ରାଜିନାମା ସ୍ୱାକ୍ଷରିତ , ୨୦୨୩ ପର୍ଯ୍ୟନ୍ତ ରଗ୍‌ବି ଖେଳାଳୀଙ୍କୁ ମିଳିବ ପ୍ରୋତ୍ସାହନ।


୧୧-ଚଳିତ ବର୍ଷ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ୧୦.୩% କମିବ : ଆଇଏମ୍‌ଏଫ୍‌।


୧୨-କରୋନା ନିୟମକୁ ଟ୍ରମ୍ପଙ୍କ ଫୁ’, ବିନା ମାସ୍କରେ ପ୍ରବଳ ଭିଡ଼ରେ କଲେ ନିର୍ବାଚନୀ ପ୍ରଚାର।


୧୩-ବାବା ରାମଦେବଙ୍କୁ ହାତୀ ଉପରେ ବସି ଯୋଗ କରିବା ପଡିଲା ମହଙ୍ଗା, ଖସି ପଡିଲେ ତଳକୁ।


୧୪-ମୁକ୍ତ ହେଲେ ଗତ ବର୍ଷଠାରୁ ନଜରବନ୍ଦୀ ଥିବା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି।


୧୫-ପର୍ବପର୍ବାଣି ପାଇଁ ୩୯୨ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳକୁ ରେଳ ମନ୍ତ୍ରଣାଳୟର ଅନୁମୋଦନ।


୧୬-ଅର୍ଣ୍ଣବ ଗୋସ୍ଵାମୀଙ୍କୁ ମୁମ୍ବାଇ ପୋଲିସର ନୋଟିସ୍, ଉପଯୁକ୍ତ ଜବାବ ନମିଳିଲେ କାର୍ଯ୍ୟାନୁଷ୍ଠାନ କରିବାକୁ ଚେତାବନୀ।


୧୭-ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ନେଇ ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌, ଅମୃତ ଯୋଜନାରେ କେନ୍ଦ୍ରରୁ ମିଳିଛି ୮୮୫ କୋଟି।


୧୮-ତାଳଚେରରେ କୋଇଲା ଖଣିରୁ ଛୁଟିଲା ପାଣି: ୨୦୦୨ ଓ ୨୦୦୪ ଘଟଣାର ପୁନରାବୃତ୍ତି, ସହରବାସୀ ଆତଙ୍କିତ।

          




Monday, October 12, 2020

ଆଜିର ତାଜା ଖବର 13/10/2020

    ଆଜିର ତାଜା ଖବର 13/10/2020


* ବାଙ୍ଗାଲୋରର ବିଶାଳ ବିଜୟ ,୮୨ ରନରେ ହରାଇଲା କୋଲକାତା ନାଇଟ ରାଇଡର୍ସ କୁ.....


* ଗୁଗୁଲ୍ ବ୍ୟବହାକାରୀ ସାବଧାନ, ସର୍ଚ୍ଚରୁ ମିଳୁଛି ଆସୁଛି ଭୁଲ ତଥ୍ୟ, ଉପଯୋଗ ପୂର୍ବରୁ ତନଖନ୍ତୁ।ରସିଦ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମା ! ଗୁଗଲ ସର୍ଚରେ କାହିଁକି ଦେଖାଉଛି ଏଭଳି ତଥ୍ୟ ?


* ଲଘୁଚାପ ପ୍ରଭାବ : ଉପକୂଳ ଓଡ଼ିଶାରେ ପ୍ରବଳ ପବନ ସହ ବହୁ ଜିଲ୍ଲାରେ ଅତିପ୍ରବଳ ବର୍ଷିବ; ଅରେଞ୍ଜ ଓ ୟେଲୋ ଓ୍ଵାର୍ଣ୍ଣିଂ ଜାରି।


* ମହଙ୍ଗା ମାଡ଼ରେ କଲବଲ: ଆକାଶଛୁଆଁ ଆଳୁ, ପିଆଜ, ତେଲ, ଡାଲି।


* ହାଇକୋର୍ଟରେ ସରକାରଙ୍କ ସାନି ସତ୍ୟପାଠ : ୮୦ ପ୍ରତିଶତ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ।


* କରୋନା ପାଇଁ ଦୀର୍ଘଦିନ ସ୍କୁଲ୍‌ ବନ୍ଦ : ୨୯ ଲକ୍ଷ କୋଟି କ୍ଷତି ସହିବ ଭାରତ।


* ଫୁଟୁବଲର କାର୍ଲଟନ୍ ଚାପମ୍ୟାନ୍‌ଙ୍କ ପରଲୋକ, ଅଧିନାୟକ ଭାବେ ଭାରତକୁ ଜିତାଇଥିଲେ ୧୯୯୭ ସେଫ୍ କପ୍।


* ରିପବ୍ଲିକ ଟିଭି ଓ ଟାଇମ୍ସ ନାଓ ବଲିଉଡ୍‌କୁ ବଦନାମ କରୁଥିବା ଅଭିଯୋଗ ଆଣି ଦିଲ୍ଲୀ ହାଇକୋର୍ଟ ଗଲେ ଶାହାରୁଖ, ଅମୀର, ସଲମାନଙ୍କ ସମେତ ୩୪ ଚଳଚ୍ଚିତ୍ର ନିର୍ମାତା।


* ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ଅଗ୍ରୀମ, ଏଲ୍‌ଟିସି କ୍ୟାସ୍ ଭାଉଚର୍ ।


* ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ବିଜେଡି ବିଧାୟକ , ନେତା ଓ ମନ୍ତ୍ରୀ ମାନେ କେମିତି ନିୟମ ଉଲଙ୍ଘନ କଲେ ସେନେଇ କଲେ ଉଲ୍ଲେଖ।


* ତିର୍ତୋଲ ଆସନରେ ଦିଂବଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କଲା ବିଜେଡି ।

ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ। ବାଲେଶ୍ୱରରେ ବିଜେପିରୁ ଲଢ଼ୁଛନ୍ତି ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ।  


* କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି, ବିଜେଡି ପରେ ମୈଦାନକୁ ସିପାହୀ ଛାଡିଲା ହାତ । ବାଲେଶ୍ୱରରୁ ମମତା କୁଣ୍ଡୁ, ତିର୍ତ୍ତୋଲରୁ ନୂଆ ଚେହେରାହିମାଂଶୁ ଭୂଷଣ ମଲ୍ଲିକ।


* ମମତା ବାନାର୍ଜୀ କହିଲେ ପଶ୍ଚିମବଙ୍ଗରେ ହୋଇସାରିଲାଣି କରୋନା ଗୋଷ୍ଠୀ ସଂକ୍ରମଣ, ପବନରେ ବ୍ୟାପୁଛି ଭୂତାଣୁ।


* ଅର୍ଥନୀତିରେ ଦୁଇ ଆମେରିକୀୟ ପାଇଲେ ନୋବେଲ : ପଲ୍ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ଓ୍ୱିଲସନଙ୍କୁ ଅର୍ଥନୀତିରେ ନୋବେଲ।


* କୃଷି ଆଇନକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଜବାବ ମାଗିଛନ୍ତି। 


* ସାରେଗାମାପା ଲିଟିଲ ଚାମ୍ପସ୍‌ -2020ର ବିଜେତା ହେଲେ କେରଳ ଆର୍ଯ୍ୟାନନ୍ଦା ବାବୁ


* ବିଜୟାରାଜେଙ୍କ ସମ୍ମାନାର୍ଥେ ସ୍ମାରକୀ ମୁଦ୍ରା ଉନ୍ମୋଚିତ।


* ଭୁବନେଶ୍ୱରରେ ସ୍ଥାପନ ହେବ ଆଉ ଦୁଇଟି ଶ୍ମଶାନ : ସୂଚନା ଦେଲେ ବିଏମସି କମିଶନର।


* ଦେଶରେ ବେରୋଜଗାରଙ୍କ ବାସ୍ତବ ସଂଖ୍ୟା ‌ଖୋଜିବେ କେନ୍ଦ୍ର ସରକାର : ବିଶେଷଜ୍ଞ କମିଟି ହେଲା ଗଠନ।


* ତିକ୍ତ ରାଜନୈତିକ ସମ୍ପର୍କ ଯୋଗୁ ଅଷ୍ଟ୍ରେଲିଆରୁ କୋଇଲା ଆମଦାନୀ ବନ୍ଦ କଲା ଚୀନ୍।


* କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ମା’ ବିରଜାଙ୍କ ରଥଯାତ୍ରା; ସେବାୟତ, ପୁଲିସ ଓ କର୍ମଚାରୀଙ୍କର ହେବ ୩ ଥର କରୋନା ପରୀକ୍ଷା।


* ମୁଣ୍ଡ ଗଡେଇବା ପାଇଁ ନେଇଥିଲେ ୫୦ ହଜାର ଟଙ୍କା । ଭୁବନେଶ୍ୱର ମିଠା ଦୋକାନୀ ହତ୍ୟାକାଣ୍ଡରେ ୨ ସୁପାରି କିଲର, ଫୁଲବାଣୀ ତୁମୁଡିବନ୍ଧରୁ ଗିରଫ : ଏପର୍ଯ୍ୟନ୍ତ ୮ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ


* ଅକ୍ଟୋବର ୨୨ରେ ଓଡିଶାରେ ଦ୍ୱିତୀୟ OJEE।


* ହାଥ୍‌ରସ ଗଣବଳାତ୍କାର ମାମଲା: ପୋଲିସର କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହାଇକୋର୍ଟ; ଆସନ୍ତା ୨ରେ ପରବର୍ତ୍ତୀ ଶୁଣାଣି।

           


Sunday, October 11, 2020

ଆଜିର ତାଜା ଖବର 12/10/2020

 



 ଆଜିର ତାଜା ଖବର 12/10/2020


* ଆଇପିଏଲ୍‌ -୨୦୨୦ : ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍।


* ତେୱତିଆ ଓ ପରାଗଙ୍କ ଦମଦାର ବ୍ୟାଟିଂ । ୫ ୱିକେଟରେ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ ।


* ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୮୦ ହଜାର ଛାତ୍ରଛାତ୍ରୀ।


* ୬୮ଟି ଶିକ୍ଷାନୁଷ୍ଠାନ ପାଇଁ ଆଜିଠୁ ଏକକ ପିଜି ପ୍ରବେଶିକା।


* ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ ଚିଠି ଲେଖିଲେ ଏସଆରସି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ।


* କରୋନା ଟିକା କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ । ଓଡ଼ିଶାରେ ହେଉଥିବା ମାନବ ପରୀକ୍ଷଣର ମୁଖ୍ୟ କହିଲେ, ଦେଖାଯାଇନି ପାଶ୍ୱର୍ ପ୍ରତିକ୍ରିୟା, ସୃଷ୍ଟି ହେଉଛି ଆଂଟିବଡି । ଖୁବଶୀଘ୍ର ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ।


* ଆକ୍ରମଣାତ୍ମକ ମୁଦ୍ରାରେ ଅପରାଜିତା । କାର୍ଯ୍ୟାଳୟ ସିଲ ପରେ ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି, ପ୍ରମାଣ ସ୍ୱରୂପ ଦେଇଛି ଫଟୋ ଓ ଭିଡିଓ ।


* ଶୀତ ଋତୁରେ ଅଧିକ ବିପଦଜନକ ହୋଇପାରେ Covid-19: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।


* ନଭେମ୍ବରରେ ମହିଳା ଆଇପିଏଲ୍‌: ୩ ଟିମ୍‌ର କ୍ୟାପ୍‌ଟେନ୍‌ ଓ ଖେଳାଳିଙ୍କ ନାଁ ଘୋଷଣା କଲା ବିସିସିଆଇ।


* ଭାରତ ତରଫରୁ ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।


* ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍ ମାନ୍ୟତା’ ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।


* ୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ଚାକିରି ବ୍ୟବସ୍ଥାରେ ପରିବର୍ତନ: ନିଯୁକ୍ତି ପାଇଁ ଲୋଡ଼ା ନାହିଁ ସାକ୍ଷାତକାର।


* TRP scam: ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ବ୍ୟାଙ୍କ ଖାତାକୁ ୧୧ ମାସରେ ଆସିଛି ୧ କୋଟି ଟଙ୍କା।


* ଅତି ଦ୍ରୁତଗାମୀ ଟ୍ରେନ୍‌ରୁ ନନ୍-ଏସି ସ୍ଲିପର୍ କୋଚ୍ ହଟାଯାଇ କେବଳ ଏସି କୋଚ୍ ଲାଗିବ: ରେଳ ମନ୍ତ୍ରାଳୟ।


* ଖୁବଶୀଘ୍ର RK ଫିଲ୍ମସ୍‌ ହେବ ସକ୍ରିୟ: ରଣଧୀର କପୁର କହିଲେ-ଏକ ‘ଲଭ୍ ଷ୍ଟୋରୀ’ ସିନେମାରୁ ଆରମ୍ଭ ହେବ ନୂଆ ଇନିଂସ୍‌, ସେ ଦେବେ ନିର୍ଦ୍ଦେଶନା।


* ଉପନିର୍ବାଚନ ପାଇଁ ବିଜେପି କଲା ପ୍ରାର୍ଥୀ ଘୋଷଣା: ବାଲେଶ୍ୱର ସଦରରୁ ମାନସ ଦତ୍ତ, ତିର୍ତ୍ତୋଲରୁ ଲଢ଼ିବେ ରାଜକିଶୋର ବେହେରା।


* ଫ୍ରେଞ୍ଚ ଓପନ: ନୋଭାକ ଜାକୋଭିକଙ୍କୁ ହରାଇ ରେଡ୍ କୋର୍ଟର ବାଦଶାହା ରାଫେଲ ନାଡାଲ ଜିତିଲେ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍।


* ଫାରୁଖ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ: କହିଲେ-ଚୀନ ସହାୟତାରେ ଜମ୍ମୁ-କାଶ୍ମୀରକୁ ପୁଣି ଫେରିବ ଧାରା ୩୭୦।



Saturday, October 10, 2020

ଆଜିର ତାଜା ଖବର 11/10/2020

 



ଆଜିର ତାଜା ଖବର 11/10/2020


ଅବଢା ମୁଠିଏ ମୋତେ ମିଳୁ ମହାବାହୁ । ମହାପ୍ରସାଦର ମହକ ଟାଣିଆଣିଲା ବଡଦାଣ୍ଡକୁ, ମନଭରି ଅବଢା ଖାଇଲେ ବିଦେଶୀ ଦମ୍ପତ୍ତି ।


ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ, ୩୭ ରନରେ ଜିତିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର।


କୋଲକାତାର ରୋମାଞ୍ଚକର ବିଜୟ । ୨ ରନରେ ପଞ୍ଜାବକୁ ହରାଇଲା କୋଲକାତା ନାଇଟ ରାଇଡର୍ସ ।.

 

ଘନୀଭୂତ ହେଉଛି ଲଘୁଚାପ, ତିନିଦିନ ବର୍ଷା


ସିବିଆଇ ହାତକୁ ଗଲା ହାଥରସ ଦୁଷ୍କର୍ମ ଓ ମୃତ୍ୟୁ ମାମଲା । କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି । କେବଳ ଗଣଦୁଷ୍କର୍ମ ନୁହେଁ ଷଡଯନ୍ତ୍ର ଓ ଅପପ୍ରଚାର ପ୍ରସଙ୍ଗର ବି ତଦନ୍ତ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।


ମହାମାରୀ ପାଇଁ ଭୂତାଣୁ ବିଜ୍ଞାନରେ ଶିକ୍ଷାଦାନ : ଏଆଇପିଏଚ୍‌ ରାଜ୍ୟରେ ପ୍ରଥମ।


ଭୁବନେଶ୍ୱର ପେଟ୍ରୋଲ ପମ୍ପ୍ ବିସ୍ଫୋରଣ : ସୀମାଞ୍ଚଳଙ୍କ ଶବ ମିଳିଲାନି, ଗାଁରେ ପ୍ରତୀକାତ୍ମକ ସତ୍କାର।


ଦେଶରେ ମହିଳାଙ୍କ ଉପରେ ବଢୁଥିବା ହିଂସାକୁ ନେଇ ଆଡଭାଇଜରୀ ଜାରି କଲା କେନ୍ଦ୍ର ଗୃହମନ୍ତ୍ରାଳୟ । ମହିଳା ବିରୋଧୀ ହିଂସା ଘଟଣାରେ ମାମଲା ରୁଜୁ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଲା ଗୃହମନ୍ତ୍ରାଳୟ ।


ଚୀନ ସୀମାରେ ଦମ ଦେଖାଇଲା ଭାରତୀୟ ବାୟୁସେନା: ଲେହ ଏୟାର ବେସରେ ଚକ୍କର କାଟିଲା ଚିନୁକ, ସି -୧୭ ଗ୍ଲୋବାଲ ମାଷ୍ଟର; ବାୟୁସେନ କହିଲା ଶତ୍ରୁର ଚାଲକୁ ପରଖି ପ୍ରସ୍ତୁତ ଅଛି ଭାରତ


ଭିଡିଓ କନଫରେନ୍ସିଂରେ କଟକ ତାଳଦଣ୍ଡା କେନାଲ ପ୍ରଶସ୍ତିକରଣର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି କଟକ ଏସସିବି ମେଡିକାଲକୁ ଯିବା ହେବ ସହଜ; ଆଗକୁ ୱାଟର ସ୍ପୋର୍ଟସ ହେବା ନେଇ ସୂଚନା


ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବାଧୀନତା ଦିବସ ଭାଷଣ ଅନୁସାରେ, ୨୩ଟି ରାଜ୍ୟ ଓ ୮ଟି କେନ୍ଦ୍ରଶାସିତ ଅଞ୍ଚଳ ସରକାରୀ ଚାକିରି ଲାଗି ସାକ୍ଷାତ୍‌କାର ଉଚ୍ଛେଦ କରିଛନ୍ତି।


French Open 2020: ଇଗା ସ୍ବେଟେକ୍ ରଚିଲେ ଇତିହାସ, ଫାଇନାଲ୍‌ରେ ସୋଫିଆ କେନିନ୍‌ଙ୍କୁ ଦେଲେ ମାତ୍‌।



Source : Newspaper 

Friday, October 9, 2020

ଆଜି ର ତାଜା ଖବର

 


ତାରିଖ ୧୦/୧୦/୨୦ ଶନିବାର।


୧-ରାବାଡାଙ୍କ ଘାତକ ବୋଲିଂ । ୧୩୮ ରନରେ ଅଲଆଉଟ ହେଲା ରାଜସ୍ଥାନ ଦଳ । ୪୬ରନରେ ବିଜୟ ହାସଲ କଲା ଦିଲ୍ଲୀ କ୍ୟାପିଟାଲ୍ସ । 


୨-ସାଇକେଲରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ଦର୍ଜି, କହିଲେ ବିଧାୟକ ହେଲେ ପ୍ରଥମେ ନିଜର ବିକାଶ କରିବି।--

ଶେଖପୁରାର ବରବିଘା ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଥିବା ଜଣେ ଦର୍ଜିଙ୍କ କଥା


୩--ବାଲେଶ୍ବର ସଦର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ଲୋକ ଦେଖିବେ ନବୀନଙ୍କ ଡିଜିଟାଲ୍ ରାଲି !


୪-ସାରା ରାଜ୍ୟରେ ୧୧୨୦ଟି ଔଷଧ ଦୋକାନରୁ କିଣିହେବ ଫାଭିପିରାଭିର, ଅନୁମତି ଦେଲେ ଓଡ଼ିଶା ସରକାର।


୫-ଓ୍ବାର୍ଲ୍ଡ ଫୁଡ୍‌ ପ୍ରୋଗ୍ରାମ୍‌କୁ ନୋବେଲ୍‌ ଶାନ୍ତି ପୁରସ୍କାର।


୬-ଘରୋଇ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଟିଆର୍‌ପି ଜାଲିଆତି କରୁଥିବା ନେଇ ଜାତୀୟ ସ୍ତରରେ ଜୋର୍‌ଦାର୍‌ ଚର୍ଚ୍ଚା ହେଉଥିବା ବେଳେ ସମସ୍ତ ଘରୋଇ ଟିଭି ଚ୍ୟାନେଲ ପାଇଁ ଗାଇଡ୍‌ଲାଇନ ଜାରି କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ।


୭-୧୨ରେ ଏକକ ପିଜି ପ୍ରବେଶିକା ପରୀକ୍ଷା, ୮୩ଟି ଷ୍ଟ୍ରିମ୍‌ରେ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୬୨୨୦୦ ଛାତ୍ରଛାତ୍ରୀ.


୮-ଉପନିର୍ବାଚନ ପାଇଁ ଜାରି ହେଲା ବିଧିବଦ୍ଧ ବିଜ୍ଞପ୍ତି : ୧୬ ସୁଦ୍ଧା ସରିବ ନୋମିନେସନ, କୋଭିଡ୍ ଗାଇଡଲାଇନ୍ସରେ ପ୍ରଚାରରୁ ଭୋଟ୍ ଯାଏଁ ସବୁ ହେବ ନିଆରା।


୯-କରୋନା ଆକ୍ରାନ୍ତ ହେବାର ୪ଦିନ ଭିତରେ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି । ୱାଲ୍ଟର ରିଡ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ହ୍ୱାଇଟ ହାଉସ ଫେରିଲେ ଟ୍ରମ୍ପ । ଚିକିତ୍ସାରେ ଏକ ନୂଆ ପରୀକ୍ଷଣ ହୋଇଥିଲା ।


୧୦-କଳାକାରଙ୍କୁ ଡିସେମ୍ବର ଯାଏ ଆଗୁଆ ଭତ୍ତା।


୧୧-ଭୁବନେଶ୍ୱରରେ ଆରମ୍ଭ ହେଲା ସାଇକେଲ୍‌ଗିରି।


୧୨-ଭାରତ ପରେ ପାକିସ୍ତାନରେ ବ୍ୟାନ ହେଲା ଟିକଟକ୍ ଆପ । ଅଶ୍ଳୀଳତା ପରିବେଷଣ ନେଇ ସରକାରଙ୍କ ଗାଇଉଲାଇନ ଉଲଙ୍ଘନ ଅଭିଯୋଗରେ ପଦକ୍ଷେପ ନେଲା ପାକ୍ ଟେଲିକମ୍ୟୁନିକେସନ ଅଥରିଟି ।


୧୩-ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ ସୁଇଜରଲ୍ୟାଣ୍ଡ ସରକାର । ମୋଟ୍ ୩୧ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲା ଏଫଟିଏ ।


୧୪-ଭାରତୀୟ ବାୟୁସେନାକୁ ମିଳିଲା ଆଉ ଏକ ବଡ଼ ଅସ୍ତ୍ର । ବାଲେଶ୍ୱରର ଟେଷ୍ଟିଂ ରେଂଜରୁ ରୁଦ୍ରମ-୧ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ଶତ୍ରୁପକ୍ଷର ରାଡାର ନଷ୍ଟ କରିବାକୁ ସକ୍ଷମ ରୁଦ୍ରମ୍ କ୍ଷେପଣାସ୍ତ୍ର ।


୧୫-ହାଥରସ୍ କାଣ୍ଡକୁ ନେଇ ଇଡିଙ୍କ ସଫେଇ, ଭୀମ୍ ଆର୍ମୀ ସହିତ ନାହିଁ ପିଏଫଆଇର ଲିଙ୍କ୍ । ୧୦୦ କୋଟି ଟଙ୍କା ବିଦେଶୀ ଫଣ୍ଡର କଥାର ନାହିଁ ପ୍ରମାଣ।


୧୫-ବଡ଼ ପରଦାରେ ରିଲିଜ ହେବ ସୁଶାନ୍ତ ସିଂହ ରାଜୁପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’, ପ୍ରଥମେ ଓଟିଟି ଫ୍ଲାଟଫର୍ମରେ ଦେଖି ଥିଲେ ଦର୍ଶକ।


୧୬-ଅକ୍ଷୟ କୁମାରଙ୍କ ’ଲକ୍ଷ୍ମୀ ବମ୍’ ଟ୍ରେଲର ରିଲିଜ; ନଭେମ୍ବର ୯ରେ ରିଲିଜ୍ ହେବ ଏହି ହରର-କମେଡ଼ି ଫିଲ୍ମ।


୧୭‘ବିଗ୍ ବିଲିୟନ ଡେଜ୍ ସ୍ପେଶାଲ୍ସ’ ସହିତ ଆକର୍ଷଣୀୟ ଅଫର୍ ଆଣିଛି ଫ୍ଲିପ୍‌କାର୍ଟ।



ଓଡ଼ିଆ ସକାଳ ଖବର



ତାରିଖ ୦୯/୧୦/୨୦ ଶୁକ୍ରବାର।।


୧-ରସିଦ ଖାନଙ୍କ ଚମତ୍କାର ବୋଲିଂ । ୬୯ ରନରେ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ ।


୨-କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ । ୭୪ ବର୍ଷ ବୟସରେ ଆଖିବୁଜିଲେ, ଉଭୟ ଏନଡିଏ ଓ ୟୁପିଏ ସରକାରରେ ରହିଛନ୍ତି ମନ୍ତ୍ରୀ । 


୩-ଖୋଲିପାରେ ସ୍କୁଲ, ପ୍ରସ୍ତୁତି ଆରମ୍ଭ : ସ୍କୁଲ ପରିସର ସଫା କରିବା ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର।


୪-‘ଟିଆର୍‌ପି’ ଜାଲିଆତି କରି ଦୁଇ ଟିଭି ଚାନେଲ୍‌ ମାଲିକ ଗିରଫ, ରିପବ୍ଲିକ୍‌ ଟିଭି ଉପରେ ନଜର: ପୁଲିସ।


୫-କୋଭିଡ-୧୯ କଟକଣା ମଧ୍ୟରେ ଶ୍ରୀମନ୍ଦିର ଖୋଲିବା ନେଇ ଆଜିଠୁ ଗୁରୁତ୍ୱପୂର୍ଣ୍ଣ ବୈଠକ।


୬-ସାହିତ୍ୟରେ ନୋବେଲ ପାଇଁ ଘୋଷଣା । ଆମେରିକା କବୟତ୍ରୀ ଲୁଇସ ଗ୍ଲୁକ ପାଇବେ ନୋବେଲ ।


୭-ଭୟଙ୍କର ବିସ୍ଫୋରଣ: ନିଖୋଜ ଭାଇକୁ ବିକଳ ହୋଇ ଖୋଜୁଛନ୍ତି ସାନ ଭାଇ ଓ ବଡ ଭଉଣୀ, ଖଣ୍ଡବିଖଣ୍ଡିତ ହୋଇ ପଡିଥିବା ମାଂସ ଟୁକୁଡାର ହେବ ଡିଏନ୍‌ଏ ଟେଷ୍ଟ


୮-ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କାର ସହାୟତା; ଗୁରୁତର ଆହତଙ୍କୁ ୪ ଲକ୍ଷ।


୯-ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ କଲା ବାୟୁସେନା । ହିଣ୍ଡେନ ଏୟାରବେସରେ ରାଫେଲ, ତେଜସ-ଜାଗୁଆର ସହ ସୁଖୋଇ ଦେଖାଇଲା ଦମ୍ । ଶତ୍ରୁକୁ ସାବଧାନ କଲେ ବାୟୁସେନା ମୁଖ୍ୟ । ଭିଡିଓ ଟ୍ୱିଟ କରି ମୋଦି ଦେଲେ ଶୁଭେଚ୍ଛା ।


୧୦-ପ୍ରତି ୧୬ ସେକେଣ୍ଡରେ ଜନ୍ମ ହେଉଛନ୍ତି ଗୋଟିଏ ମୃତ ଶିଶୁ: ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ।


୧୧-କରୋନା ଲଢେଇ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଜିଲ୍ଲାକୁ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଶଂସା।


୧୨-ଚଳିତ ବର୍ଷ ଭାରତର ଜିଡିପି ୯.୬ ଭାଗକୁ ହ୍ରାସ ପାଇବ : ବିଶ୍ୱ ବ୍ୟାଙ୍କ୍‍


୧୩-ନିର୍ବାଚନ ରାଜ୍ୟରେ ରାଜନୈତିକ ସମାବେଶ ପାଇଁ ଅନୁମତି : ଗୃହ ମନ୍ତ୍ରଣାଳୟ କରୋନା ଗାଇଡଲାଇନରେ କଲେ ସଂଶୋଧନ।


୧୪-ସାମନ୍ତରାପୁରରେ ମିଠା ଦୋକାନୀକୁ ହତ୍ୟା ଘଟଣାର ମୁଖ୍ୟଅଭିଯୁକ୍ତ ରାଜକୁମାର ବେହେରାର ଆତ୍ମସମର୍ପଣ।


୧୫-ଏଟିଏମ ଟ୍ରାଞ୍ଜାକ୍ସନ ଫେଲ୍ ପରେ ବି କଟିଥିବା ଟଙ୍କା ଆକାଉଣ୍ଚକୁ ନ ଆସିଲେ ଜରିମାନା ଦେବ ବ୍ୟାଙ୍କ୍।


୧୬-ବିଶ୍ୱ ବ୍ୟାଙ୍କର ଚେତାବନୀ ! କରୋନା କାରଣରୁ ୧୫ କୋଟି ଲୋକ ଅତ୍ୟଧିକ ଗରିବ ହେବା ସମ୍ଭାବନା।


୧୭-ଋଷର ଟିକା ସ୍ପୁଟନିକ୍-ଭିର ବଡ଼ ଆକାରରେ ପରୀକ୍ଷଣ କରିବାକୁ ଅନୁମତି ଦେଲା ନାହିଁ ଭାରତ।


୧୮-ନୂଆ ରୂପରେ ଫେରୁଛି କଳିଙ୍ଗ ଷ୍ଟୁଡିଓ: ୨ ମାସରେ ଆକର୍ଷଣୀୟ ତୋରଣ, ନିର୍ମିତ ହେବ ବସ୍‌ଷ୍ଟାଣ୍ଡ୍‌, ରେଳ ଷ୍ଟେସନ